କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକର ଭଦ୍ରେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଝାହେଶ୍ୱରପୁର ଗ୍ରାମର ଶରତ ସେଠୀ ଜଣେ ଗରିବ ବ୍ୟକ୍ତି। ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ଉପଯୁକ୍ତ ଚିକିତ୍ସା ନିମନ୍ତେ ତାଙ୍କ ନିକଟରେ ଅର୍ଥାଭାବ ଦେଖାଦେଇଥିଲା। ଫଳରେ ସେ ଚିକିତ୍ସିତ ହୋଇପାରୁନଥିବା ଜାଣିବା ପରେ ଆମ ମାହାଙ୍ଗାର ଅଧ୍ୟକ୍ଷ ଡ଼ଃ ଅମରେନ୍ଦ୍ର ମହାନ୍ତି, ଶରତ ସେଠୀଙ୍କ ପରିବାରକୁ ଭେଟି ସହଯୋଗର ହାତ ବଢାଇଥିଲେ। ଯାହା ଫଳରେ ଆଜି ଶରତ ସେଠୀ ନିଜର ଚିକିଓôା ପାଇଁ କଟକ ବଡ ମେଡିକାଲ ଯାଇଥିବା ଜଣାପଡିଛି।
ଆମ ମାହାଙ୍ଗା ପକ୍ଷରୁ ମାହାଙ୍ଗା ଅଂଚଳରେ ପୂର୍ବରୁ ମଧ୍ୟ ଗୁରୁତର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା, ଏପରିକି ଡାକ୍ତରଖାନାରେ କିଭଳି ରୋଗୀ ଚିକିତ୍ସା ହେବ ସେଥିପ୍ରତି ଡ଼ଃ ମହାନ୍ତି ଚେଷ୍ଟା କରିଥିବା ନଜିର ମଧ୍ୟ ରହିଛି।