ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀ ସମୟରେ ମୋହନ ଭାଗବତ ଦୁଇ ଦିନିଆ ଜୟପୁର ଗସ୍ତର ଯାଇଛନ୍ତି। ଏହାର ପ୍ରଥମ ଦିନରେ ସେ ଆରଏସଏସ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ କି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ଆରଏସଏସ ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟ ଯୋଗୁଁ ସଂଗଠନରେ ଲୋକଙ୍କ ବିଶ୍ୱାସ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ସେ ଆହୁରି କହିଛନ୍ତି ଯେ ସମାଜରେ ଘଟୁଥିବା ମନ୍ଦ ଘଟଣା ଦୂର କରିବା ପାଇଁ ସାମାଜିକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବା ଜରୁରୀ। ଏହି ଅବସରରେ ସେ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଦିଆଯାଉଥିବା ତାଲିମ ଏବଂ ବିଭିନ୍ନ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା କରିଛନ୍ତି।