ପବିତ୍ର ମହାଷ୍ଟମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପବିତ୍ରମହାଷ୍ଟମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ‘ନବରାତ୍ରିର ମହାଷ୍ଟମୀ ପୂଜାର ହାର୍ଦ୍ଦିକ ଶୁଭକାମନା।

ଦୁର୍ଗାଷ୍ଟମୀର ଅଭିଷ୍ଟ ଦେବୀ ମହାଗୌରୀଆମସମସ୍ତଙ୍କ ଜୀବନରେ ସୁଖ, ସୌଭାଗ୍ୟ ଏବଂ ସମୃଦ୍ଧି ଆଣି ଆସନ୍ତୁ’ ବୋଲି ଲେଖିଛନ୍ତି। ଏଥି ସହ ନିଜ ଟୁଇଟରରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଅଧିଷ୍ଠାତ୍ରୀ ଦେବୀ ମା’ ଦୁର୍ଗାଙ୍କ ଅଷ୍ଟମୀ ଅବସରରେ ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପ ଓ ତୋରଣ ପ୍ରସ୍ତୁତ ହୋଇଛି। ଏହି ଅବସରରେ ମା’ଙ୍କ ଦର୍ଶନ ପାଇଁ ସବୁସ୍ଥାନରେ ଭିଡ ମଧ୍ୟ ପରିଲକ୍ଷିତ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ସହ ପୂଜା ଦେଖିବାକୁ ଭିଡ ଜମାଉଛନ୍ତି । ମାଆଙ୍କ ବିଶ୍ୱରୂପ ଓ ବେଶଭୂଷା ଶ୍ରଦ୍ଧାଳୁଙ୍କୁ ଆତୁର କରିଛି । ଭୁବନେଶ୍ୱରର ମାଆଙ୍କ ପୂଜା ଅନୁଷ୍ଠିତ ହେଉଛି । ସେପଟେ କଟକ ଓ ପୁରୀରେ ମଧ୍ୟ ବେଶ ଧୁମଧାମରେ ଚାଲିଛି ଶାରଦୀୟ ଦୁର୍ଗାପୂଜା ।