୧୩ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୯ରେ ଭିଡିଓ କନଫ୍ରେନ୍ସିଂ ଜରିଆରେ  ବ୍ରିକ୍ସ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବେ। ଏହି କାର୍ଯ୍ୟକ୍ରମରେ ଭାରତ ବ୍ୟତୀତ ଚୀନ, ଋଷ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ସାମିଲ ହେବେ। ଏଥର ସମସ୍ତ ନେତା ଆଫଗାନିସ୍ତାନ ପ୍ରସଙ୍ଗକୁ ଅଧିକ ପ୍ରଧାନ୍ୟ ଦେଇପାରନ୍ତି।

ସୂଚନାଯୋଗ୍ୟ, ୨୦୧୨ ଓ ୨୦୧୬ ପରେ ଭାରତ ତୃତୀୟଥର ପାଇଁ ବ୍ରିକ୍ସ ଶିଖର ସମ୍ମିଳନୀର  ନେତୃତ୍ୱ ନେବ। ୨୦୨୦ରେ କରୋନା ମହାମାରୀ ମଧ୍ୟରେ ଋଷ ଅଧ୍ୟକ୍ଷତାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା।