ବିଧାନସଭା ନିର୍ବାଚନ: ମୋଦୀଙ୍କ ପଶ୍ଚିମବଙ୍ଗରେ ୨୦ ଓ ଆସାମରେ ୬ ରାଲି

ନୂଆଦିଲ୍ଲୀ: ନିର୍ବାଚନୀ ରାଜ୍ୟରେ ପ୍ରଚାର ଲାଗି ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ପଶ୍ଚିମବଙ୍ଗ ଓ ଆସାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧୁଆଁଧାର ରାଲି ହେବ। ମୋଦୀ ବଙ୍ଗଳାର ୨୦ଟି ଓ ଆସାମର ୬ଟି ରାଲିରେ ସାମିଲ ହେବେ। ବଙ୍ଗଳା ୟୁନିଟ ତରଫରୁ ମୋଦୀଙ୍କ ୨୫ରୁ ୩୦ଟି ରାଲି ଆୟୋଜିତ କରିବା ଲାଗି ଦାବି ହୋଇଥିଲେ ମଧ୍ୟ ୨୦ଟିକୁ ଅନୁମତି ମିଳିଛି।

କୋଲକାତାର ବ୍ରିଗେଡ ମଇଦାନରେ ମାର୍ଚ୍ଚ ୭ରେ ରାଲିର ଶୁଭାରମ୍ଭ ହେବ। ଅନ୍ୟ ରାଲି ଲାଗି ଏବେ ଜାଗା ଓ ସମୟର ଧାର୍ଯ୍ୟ କରିବା ବାକି ରହିଛି। ଅନ୍ୟପଟେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବଙ୍ଗଳାରେ ୫୦-୫୦ଟି ରାଲିକୁ ସମ୍ବୋଧିତ କରିବେ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପଶ୍ଚିମବଙ୍ଗ ଗସ୍ତ କରି ମାଲଦାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ। ମାଲଦା ବଙ୍ଗଳାର ଏକ ମୁସଲମାନ ପ୍ରବଣ ଅଞ୍ଚଳ। ଏହି ଅବସରରେ ଆଦିତ୍ୟନାଥ ଏକ ରୋଡ ଶୋ’ ମଧ୍ୟ କରିବେ।