ଜେଟଲୀଙ୍କ ଗୃହରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୨୭ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସକାଳେ ସ୍ୱର୍ଗତ ଜେଟଲୀଙ୍କ ବାସଗୃହକୁ ଯାଇ ଶୋକପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତିନିଟି ଦେଶ ଭ୍ରମଣ କରି ଫେରି ପ୍ରଥମେ ଜେଟଲୀଙ୍କ ପରିବାରରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ସେ ଜେଟଲୀଙ୍କ ଉଦ୍ଦେଶ୍ୟରେ ସେ ଜଣେ ଦୃଢ଼ ଓ ନିଷ୍ଠାପର ବ୍ୟକ୍ତି ଥିଲେ । ସେ ଛାତ୍ର ଜୀବନରେ ଗଣତନ୍ତ୍ରର ଜରୁରୀ କାଳୀନ ପରିସ୍ଥିତିରେ ଆଗଧାଡ଼ିରେ ଛିଡ଼ା ହୋଇଥିଲେ ବୋଲି କହିଥିଲେ ।