ବୁଦ୍ଧ ପୂର୍ଣ୍ଣିମାରେ ମୋଦୀଙ୍କ ନେପାଳ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନା ହେଲିକପ୍ଟର ଜରିଆରେ ଆଜି ନେପାଳର ଲୁମ୍ବିନୀ ପହଞ୍ଚିଛନ୍ତି। ଲୁମ୍ବିନୀ ପହଞ୍ଚିବା ପରେ ମୋଦୀଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଓବା ସ୍ୱାଗତ କରିଥିଲେ। ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ବିକାଶ, ବିଜୁଳି ଓ ଯୋଗାଯୋଗ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବଢ଼ାଇବାକୁ ନେଇ ଚର୍ଚ୍ଚା ହୋଇଥିଲା । ପରେ ଲୁମ୍ବିନୀର ମାୟା ଦେବୀ ମନ୍ଦିର ଦର୍ଶନ କରିବା ପାଇଁ ପହଞ୍ଚିଥିଲେ । ଲୁମ୍ବିନୀ ମଠ କ୍ଷେତ୍ର ଭିତରେ ବୌଦ୍ଧ ସଂସ୍କୃତି ଏବଂ ଏକ ଐତିହ୍ୟ କେନ୍ଦ୍ର ନିର୍ମାଣ ପାଇଁ ଶିଳାନ୍ୟାସ ସମାରୋହରେ ଭାଗ ନେବେ ।

ସୂଚନାଯୋଗ୍ୟ, ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଓବାଙ୍କ ନିମନ୍ତ୍ରଣରେ ମୋଦୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦିନିକିଆ ଲୁମ୍ବିନୀ ଗସ୍ତ କରିଛନ୍ତି । ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଏହା ମୋଦୀଙ୍କ ୫ମ ନେପାଳ ଗସ୍ତ । ଏଥିସହିତ ୨୦୨୦ ସୀମା ବିବାଦ ପରେ ଏହା ମୋଦୀଙ୍କ ପ୍ରଥମ ନେପାଳ ଗସ୍ତ ।