ଭ୍ୟାକ୍ସିନ ଉପରୁ ପରଦା ଉଠାଇଲେ ମୋଦୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ଏବେ ଭ୍ୟାକ୍ସିନ ଅପେକ୍ଷାରେ ଅଛନ୍ତି। ଏଭଳି ସ୍ଥିତିରେ ଆଜି ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭ୍ୟାକ୍ସିନ ସମ୍ବନ୍ଧୀୟ ଅନେକ ପ୍ରଶ୍ନ ଉପରୁ ପରଦା ଉଠାଇଛନ୍ତି। ମୋଦୀ କହିଛନ୍ତି, ଆସନ୍ତା କିଛି ସପ୍ତାହ ମଧ୍ୟରେ ଭ୍ୟାକ୍ସିନ ଆସିବ। ବୈଜ୍ଞାନିକ ସବୁଜ ସଙ୍କେତ ଦେବା ପରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ। ପ୍ରଥମ ଚରଣରେ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କର, ଗମ୍ଭୀର ରୋଗରେ ପୀଡ଼ିତ ଥିବା ବୟସ୍କଙ୍କୁ ଭ୍ୟାକ୍ସିନ ଦିଆଯିବ। ଭ୍ୟାକ୍ସିନ ବିତରଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିମ୍ ମିଶି କାମ କରୁଛନ୍ତି। ଆଉ ସାର୍ବଜନିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଭ୍ୟାକ୍ସିନର ମୂଲ୍ୟ ନିର୍ଦ୍ଧାରଣ କରାଯିବ ଓ ରାଜ୍ୟ ସରକାର ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୋଦୀ କହିଛନ୍ତି।