ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକ୍ରୋଙ୍କ ସହ କଥା ହୋଇଛନ୍ତି। ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିବା ନେଇ ମୋଦୀ କହିଛନ୍ତି। ଏଥିସହିତ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଘନିଷ୍ଠ ସହଯୋଗ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ରାଷ୍ଟ୍ରପତି ଇମେନୁଏଲ ମେକ୍ରୋ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନ ସ୍ଥିତି ଉପରେ ଦୁଃଖ ବ୍ୟକ୍ତ କରିଛନ୍ତି। ଶାସନରେ ବସିଥିବା ଅଧିକାରୀଙ୍କୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ସହ ନିଜ ସମ୍ବନ୍ଧକୁ ଶେଷ କରିବା ଉଚିତ। ମାନବୀୟ ସଂଗଠନକୁ ଆଫଗାନ ମହିଳା ଓ ପୁରୁଷଙ୍କ ମାଲିକ ଅଧିକାରକୁ ସଞ୍ଚାଳିତ କରିବା ଓ ତା’ର ସମ୍ମାନ କରିବାର ଅନୁମତି ଦେବା ଉଚିତ।