ବାଇଡେନଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ କଥା ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଲା ହ୍ୟାରିସଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି କି ଭାରତ ଓ ଆମେରିକା ସମ୍ପ୍ରଦାୟ ପାଇଁ ଏହା ଗର୍ବର ବିଷୟ।

ଏଥିସହ ଭାରତ ଓ ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀର ପୁନରାବୃତ୍ତି କରିବାକୁ ମଧ୍ୟ କହିଛନ୍ତି। ସେହିପରି କରୋନା ମହାମାରୀର ମୁକାବିଲା, ଜଳବାୟୁ ପରିବର୍ତ୍ତନ ଓ ଇଣ୍ଡୋ-ପେସିଫିକ୍ ଅଞ୍ଚଳରେ ସହଯୋଗ ପାଇଁ କଥା ହୋଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମଧ୍ୟରାତ୍ରିରେ ଟୁଇଟ କରି ସୂଚନା ଦେଇଛନ୍ତି।