ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ସଂଧ୍ୟା ପାଖାପାଖି ୫ଟା ୩୦ରେ ସେଠାରେ ପହଞ୍ଚିଛନ୍ତି । ଏହି ଅବସରରେ ଏୟାରପୋର୍ଟରେ ମୋଦୀଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ନିମନ୍ତ୍ରଣରେ ମୋଦୀ ଦକ୍ଷିଣ ଆଫ୍ରିକା ପହଞ୍ଚିଛନ୍ତି । ମୋଦୀ ଅଗଷ୍ଟ ୨୨ରୁ ୨୪ ପର୍ଯ୍ୟନ୍ତ ସେଠାରେ ରହିବେ ।
ବ୍ରିକ୍ସ ଶିଖର ସମ୍ମିଳନୀରେ ଋଷ, ଚୀନ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ସାମିଲ ଅଛନ୍ତି । ୨୦୧୯ ପରେ ବ୍ରିକ୍ସ ନେତା ପ୍ରଥମଥର ପାଇଁ ଶିଖର ସମ୍ମିଳନୀରେ ଆମ୍ନାସାମ୍ନା ହେବେ ।