ମୋଦୀଙ୍କ ରୁଷ୍ ଗସ୍ତ: ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କଲେ

ନୂଆଦିଲ୍ଲୀ,ଏଜେନ୍ସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିବସୀୟ ରୁଷ୍ ଗସ୍ତ ଅବସରରେ ବୁଧବାର ବ୍ଲାଦିବୋସ୍ତୋକରେ ପହଞ୍ଚି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୋଦୀ ବାର୍ଷିକ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ(ଇଇଏଫ୍)ରେ ଯୋଗ ଦେଇ ସେଠାରେ ଉପସ୍ଥିତ ଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିଛନ୍ତି।

ବୁଧବାର ସନ୍ଧ୍ୟାରେ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ। ସେଥିରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ ବିଷୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶର ସୁରକ୍ଷା, ଶକ୍ତି, ଇନ୍ଫ୍ରାଷ୍ଟ୍ରକ୍ଚର ବିଷୟରେ ଆଲୋଚନା ହେବା ସହ ଜମ୍ମୁ ଓ କଶ୍ମୀର ମାମଲାରେ ଭାରତ-ପାକିସ୍ଥାନ ମଧ୍ୟରେ ଉପୁଜିଥିବା ଦ୍ୱନ୍ଦ୍ୱକୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଭାରତ ସହ ପାଞ୍ଚଟି ଦେଶ(ରୁଷ, କାଜାକିସ୍ତାନ, କିର୍ଗିସ୍ତାନ, ଅର୍ମେନିଆ ଏବଂ ବେଲାରୁଷ)ର ଏକ ସମୂହ ୟୁରେସିୟାନ ଇକୋନେମିକ୍ ୟୁନିଅନ(ଇଏଇୟୁ) ମଧ୍ୟରେ ଏକ ଟ୍ରେଡ୍ ଜୋନ ସ୍ଥାପନ କରାଯିବା ପ୍ରସ୍ତାବ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି।