ନୂଆଦିଲ୍ଲୀ: ଭାରତର ମୁନ ମିଶନ ‘ଚନ୍ଦ୍ରାୟନ-୩’ ସଫଳ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି । ଆଉ ଏହାର ସଫଳତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋହାନ୍ସବର୍ଗରେ ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ବକ୍ତବ୍ୟ ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହାକୁ ସମ୍ପୂର୍ଣ୍ଣ ରୂପେ ମାନବ ଜାତିର ସଫଳତା ଭାବେ ଗ୍ରହଣ କରାଯାଉଥିବାରୁ ଏହା ଆମ ପାଇଁ ଏକ ବଡ଼ ଉପଲବ୍ଧି । ଏହା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ବୈଜ୍ଞାନିକଙ୍କ ସଫଳତା । ଏହି ଐତିହାସିକ ମୂହୁର୍ତ୍ତ ଲାଗି ଶୁଭକାମନା ଜଣାଇଥିବାରୁ ଭାରତ, ଭାରତବାସୀ ଓ ଆମ ବୈଜ୍ଞାନିକଙ୍କ ତରଫରୁ ସମଗ୍ର ବିଶ୍ୱବାସୀ ଓ ବିଶ୍ୱର ବୈଜ୍ଞାନିକଙ୍କ ସମୁଦାୟକୁ ଧନ୍ୟବାଦ ଜଣାଉଛି ।