ଆସାମର ଶିବସାଗରରେ ୧ଲକ୍ଷ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କଲେ ମୋଦୀ

ଆସାମ: ଆସାମରେ ଅପ୍ରେଲ-ମେ’ ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ନିର୍ବାଚନ ପ୍ରଚାର ଲାଗି ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆଉ ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ଗସ୍ତ କରିଛନ୍ତି। ଆସାମର ଶିବସାଗରରେ ମୋଦୀ ଲାଭାର୍ଥୀଙ୍କୁ ଜମିି ପଟ୍ଟା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ୧.୦୬ ଲକ୍ଷ ଜମି ପଟ୍ଟା ବିତରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି।

ମୋଦୀ କହିଛନ୍ତି ଯେ, ଆଜି ଆସାମରେ ଆମ ସରକାର ଆପଣମାନଙ୍କ ବହୁତ ବଡ଼ ଚିନ୍ତା ଦୂର କରିଛି। ୧ ଲକ୍ଷରୁ ଉର୍ଦ୍ଧ ମୂଳ ନିବାସୀ ପରିବାରକୁ ଭୂମିର ଅଧିକାର ମିଳିବା ପରେ ଆପଣଙ୍କ ଜୀବନର ଏକ ବଡ଼ ଚିନ୍ତା ଏବେ ଦୂର ହୋଇଯିବ।

ମୋଦୀ ଆହୁରି କହିଛନ୍ତି ଯେ, ଆସାମର ଶିବସାଗରର ମହତ୍ତ୍ୱକୁ ଦେଖି ଏହାକୁ ଦେଶର ୫ ସବୁଠୁ ପ୍ରଶ୍ୱତାତ୍ତ୍ୱିକ ସାଇଟରେ ସାମିଲ କରିବା ପାଇଁ ସରକାର ଜରୁରୀ ପଦକ୍ଷେପ ନେଉଛନ୍ତି।