ମୋଦୀଙ୍କ ହାତରୁ ଶୁଭାରମ୍ଭ ହେବ ଟିକାକରଣ ଅଭିଯାନ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଜାନୁଆରୀ ୧୬ ତାରିଖରୁ ଟିକାକରଣ ହେବାକୁ ଥିବାବେଳେ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ମୋଦୀ କୋ-ବିନ ଆପ୍ ମଧ୍ୟ ଲଞ୍ଚ କରିବେ। ଏହାପୂର୍ବରୁ ଯୁଦ୍ଧ ସ୍ତରରେ ସମଗ୍ର ଦେଶରେ କରୋନା ଭ୍ୟାକ୍ସିନ ପହଞ୍ଚାଇବା କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଦେଶର ଅନେକ ସହରରେ ସୀରମ ଇନଷ୍ଟିଚ୍ୟୁଟର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକର ‘କୋଭାକ୍ସିନ’ ଟିକା ପହଞ୍ଚି ସାରିଲାଣି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବାନୁସାରେ, ୨୮ ଦିନ ଅନ୍ତରରେ ଟିକା ଦିଆଯିବ। ଦ୍ୱିତୀୟ ଟିକା ଲାଗିବାର ୧୪ ଦିନ ପରେ ତା’ର ପ୍ରଭାବ ଦେଖିବାକୁ ମିଳିବ।