ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେୱରରେ ‘ନୋଏଡା ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର’ର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପସ୍ଥିତ ଥିଲେ। ନୋଏଡା ବିମାନବନ୍ଦର ଦେଶର ଚତୁର୍ଥ ସବୁଠୁ ବଡ଼ ବିମାନବନ୍ଦର।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ନୋଏଡା ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଦ୍ୱାରା ଦିଲ୍ଲୀ ଏନସିଆର ଓ ପଶ୍ଚିମ ଉତ୍ତରପ୍ରଦେଶର କୋଟିଏ ଲୋକ ସୁବିଧା ପାଇବେ। ଏହା ଉତ୍ତର ଭାରତର ଲୋଜିଷ୍ଟିକ ଗେଟୱେ ହେବ। ସ୍ୱାଧୀନତାର ୭ ଦଶକ ପରେ ଉତ୍ତରପ୍ରଦେଶ ଯାହା ପାଇବାର ହକଦାର ଥିଲା ତାହା ତାକୁ ମିଳିବା ଆରମ୍ଭ ହୋଇଛି। ÷ଡବଲ ଇଞ୍ଜିନ ସରକାରର ପ୍ରୟାସ ଯୋଗୁ ଉତ୍ତରପ୍ରଦେଶ ସବୁଠୁ ଅଧିକ ସଂଯୋଗ ବିଶିଷ୍ଟ କ୍ଷେତ୍ରରେ ପରିବର୍ତ୍ତନ ହୋଇଛି। ବିମାନବନ୍ଦର ନିର୍ମାଣ ସମୟରେ ରୋଜଗାରର ଅନେକ ଅବସର ସୃଷ୍ଟି ହୋଇଥାଏ। କାରଣ ବିମାନବନ୍ଦରକୁ ସୂଚାର ରୂପେ ଚଲାଇବା ପାଇଁ ହଜାରେ ଲୋକ ଆବଶ୍ୟକ ହୋଇଥାନ୍ତି। ପଶ୍ଚିମ ଓଡ଼ିଶାର ହଜାରେରୁ ଉର୍ଦ୍ଧ୍ୱ ଲୋକଙ୍କୁ ବିମାନବନ୍ଦର ନୂଆ ରୋଜଗାର ପ୍ରଦାନ କରିବ।