ଭୁବନେଶ୍ୱର, ଏନଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଓଡ଼ିଶା ଗସ୍ତରେ ଆସି ବାତ୍ୟା ସ୍ଥିତିର ସମୀକ୍ଷା କରିବା ପରେ ରାଜ୍ୟ ପାଇଁ ୫ଶହ କୋଟି ସହାୟତା ରାଶି ଘୋଷଣା କରିଥିଲେ। ଆଉ ଏହି ଘୋଷଣାର ୨୪ ଘଣ୍ଟା ନପୁରୁଣୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟକୁ ଏହି ଅଗ୍ରୀମ ଟଙ୍କା ପ୍ରଦାନ କରିିଛନ୍ତି। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛିନ୍ତି। ଟଙ୍କା ମଞ୍ଜୁର ପରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରଣାଳୟକୁ ରାଜ୍ୟ ସରକାର ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ବାତ୍ୟାରେ ପ୍ରାୟ ୧ଲକ୍ଷ ହେକ୍ଟରର ଚାଷ କ୍ଷତି ହୋଇଥିବା ଆକଳନ କରାଯାଇଛି। ଏଥି ସହିତ ୨୪ ତାରିଖ ସୁଦ୍ଧା ଚୂଡ଼ାନ୍ତ ଆକଳନ ହୋଇଯିବା ନେଇ ସୂଚନା ମିଳିଛି। ବାତ୍ୟାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ପ୍ରାଣହାନି ଘଟିନାହିଁ। ରିପୋର୍ଟ ମୁତାବକ, ୫ଶହ ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବାବେଳେ ୧୫ ହଜାର ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ୩୪ କିମି ୩୩ କେଭି, ୪୪୩ କିମି ୧୧ କେଭି ବିଦ୍ୟୁତ ନଷ୍ଟ ହୋଇଛି। ୬୬୦ କିମି ଏଲଟି ଲାଇନ ୨୪୩୯ ଟ୍ରାନ୍ସଫୋର୍ମା ନଷ୍ଟ ହୋଇଛି। ୧୫୧ କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ୪୨ଟି ପୋଲ ଭାଙ୍ଗିଥିବା ସୂଚନା ମିଳିଛି।