ଅଯୋଧ୍ୟା, ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଧାରିତ ସମୟ ଅନୁସାରେ ଅଯୋଧ୍ୟାର ହନୁମାନଗଢି ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଆଜି ଏକ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଥିଲା। ସେ ଆଜି ଧୋତି ଓ ଗୋଲ୍ଡୟଲୋ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି। ଧାର୍ମିକ କାର୍ଯ୍ୟରେ ଏହି ରଙ୍ଗ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହାପରେ ସେଠାରେ ପ୍ରଧାନମନ୍ତ୍ରୀ ପାରିଜାତ ବୃକ୍ଷରୋପଣ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଦେଶବିଦେଶର ଅନେକ ଧାର୍ମିକ ସ୍ଥଳକୁ ଯାଇଛନ୍ତି। ସେ ଯେତେବେଳେ ମନ୍ଦିରକୁ ଦର୍ଶନ ପାଇଁ ଯାଆନ୍ତି, ସେତେବେଳେ ପାରମ୍ପରିକ ପରିଧାନକୁ ବିଶେଷ ଭାବରେ ଗୁରୁତ୍ୱ ଦେଇଥାନ୍ତି।
#WATCH Prime Minister Narendra Modi offers prayers to Ram Lalla, performs 'sashtang pranam' (prostration) at Ram Janmabhoomi site in Ayodhya pic.twitter.com/G6aNfMTsLC
— ANI (@ANI) August 5, 2020