ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଜୈଶ-ଏ-ମହମ୍ମଦର ମୋହିଉଦ୍ଦୀନ ଔରଙ୍ଗଜେବଙ୍କୁ ମୋଦୀ ସରକାର ୟୁଏପିଏ ଅନ୍ତର୍ଗତ ଆତଙ୍କବାଦୀ ଘୋଷଣା କରିଛନ୍ତି । ଏନେଇ ଗୃହ ମନ୍ତ୍ରଣାଳୟ ନୋଟିଫିକେସନ ଜାରି କରିଛି । ବେଆଇନ ଗତିବିଧି ଅଧିନିୟମ ଅନ୍ତର୍ଗତ ମୋହିଉଦ୍ଦୀନ ଔରଙ୍ଗଜେବଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ମୋଦୀ ସରାକର ଲସ୍କର-ଏ-ତୈୟବାର ସଂସ୍ଥାପକ ହାଫିଜ ମହମ୍ମଦ ସଇଦଙ୍କ ପୁଅ ହାଫିଜ ତଲହା ସଇଦଙ୍କୁ ୟୁଏପିଏ ଅନ୍ତର୍ଗତ ଆତଙ୍କବାଦୀ ଘୋଷଣା କରିଥିଲେ । ୨୦୧୯ରେ ଏହି ଆଇନର ସଂଶୋଧନ ପରେ ୩୨ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି ।