ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିପୁରାର ୧ ଲକ୍ଷ ୪୭ ହଜାରରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମାଧ୍ୟମରେ ସିଧାସଳଖ ୭୦୦ କୋଟି ଟଙ୍କା ଜମା କରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଯୋଜନାରେ ଏହି ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଆବାସ ଯୋଜନାରେ ପ୍ରଥମ କିସ୍ତି ପାଇଁ ଏହି ଟଙ୍କା ଜମା କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସି ଜରିଆରେ ଅଂଶଗ୍ରହଣ କରିବେ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ପରେ ଏବଂ ତ୍ରିପୁରାର ଜଳବାୟୁକୁ ଦୃଷ୍ଟିରେ ରଖି ରାଜ୍ୟର କଚ୍ଚା ଘରକୁ ପକ୍କା ଘରରେ ପରିଣତ କରାଯାଇଛି। ଫଳରେ ତ୍ରିପୁରାବାସୀଙ୍କୁ ପକ୍କା ଘର ମିଳିବା ସହଜ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଉପସ୍ଥିତ ରହିବେ।