ନବରଙ୍ଗପୁର,ଏନ୍ଏନ୍ଏସ୍: ଉମରକୋଟ ବିଜେପି ପକ୍ଷରୁ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ମହାଜନ ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଇଂ. ବଳଭଦ୍ର ମାଝୀ ଯୋଗଦେଇ ମୋଦୀ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ରାଜ୍ୟ ବିଜେପି ସଂଖ୍ୟାଲଘୁ ନେତା କାଜମ ମଦାନୀଙ୍କ ସମେତ ବହୁ ସଂଖ୍ୟାରେ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।