ମୋଦୀଙ୍କୁ ପାକିସ୍ତାନର ଆକାଶପଥ ମନା ପ୍ରସଙ୍ଗ : ଭାରତର ଅଭିଯୋଗକୁ ଆଇସିଏଓର ଅଗ୍ରାହ୍ୟ

ନୂଆଦିଲ୍ଲୀ, ଏଜେନ୍ସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଉଦିଆରବ ଗସ୍ତ ଲାଗି ପାକିସ୍ତାନ ତା’ର ଆକାଶପଥ ମନା କରିବାରୁ ଭାରତ ଏହା ବିରୋଧରେ ସୋମବାର ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ ଆଇସିଏଓରେ ଫେରାଦ ହୋଇଥିଲା। ତେବେ ମଙ୍ଗଳବାର ଭାରତର ଅଭିଯୋଗକୁ ଖଣ୍ଡନ କରି ଆଇସିଏଓର ମୁଖପାତ୍ର କହିଛନ୍ତି ବେସାମରିକ ବିମାନ ଚଳାଚଳ ପାଇଁ କୌଣସି ଦେଶ ଆକାଶପଥ ବାରଣ କରିପାରିବେ ନାହିଁ। ମାତ୍ର ସରକାରୀ ବା ସାମରିକ ବିମାନ କ୍ଷେତ୍ରରେ ଏହି ସର୍ତ୍ତାବଳୀ ପ୍ରଯୁଜ୍ୟ ହେବନାହିଁ। ଯେହେତୁ ପ୍ରଧାନମନ୍ତ୍ରୀ ମୋଦୀ ସରକାରୀ ଗସ୍ତରେ ଯାତ୍ରା କରିଛନ୍ତି ସେଥିପାଇଁ ଆକାଶପଥ ବାରଣ କରିବାରେ ପାକିସ୍ତାନ ଆଇସିଏଓର ସର୍ତ୍ତ ଖିଲାପ କରିନାହିଁ। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପ୍ରତିବାଦରେ ପାକିସ୍ତାନ ଏହିଭଳି ଭାରତୀୟ ଭିଭିଆଇପିଙ୍କ ବିମାନ ଯାତ୍ରା ପାଇଁ ତା’ର ଆକାଶପଥ ବ୍ୟବହାର ଉପରେ ରୋକ ଲଗାଉଛି।