କରୋନା ଟିକା ସମ୍ପର୍କରେ ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ତଥା ମଙ୍ଗଳବାର ଦିନ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ଭର୍ଚ୍ଚୁଆଲ ବୈଠକ କରି ରାଜ୍ୟ ଗୁଡ଼ିକର କୋଭିଡ-୧୯ ସ୍ଥିତି ସମୀକ୍ଷା କରିବେ। ଏଥିସହିତ ଭାରତର ୪ଟି କୋଭିଡ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା, ଟିକା ବଣ୍ଟନ ଓ ଜରୁରୀକାଳୀନ ପ୍ରାଧିକରଣ ନେଇ ରାଜ୍ୟମାନଙ୍କ ସହିତ ଆଲୋଚନା ହେବ। ଗତକାଲି ଦିନ ୧୦ଟାରେ ଏହି ବୈଠକ ହେବ ବୋଲି ଜଣାପଡ଼ିଛି।

ପିଫଜର ଓ ମର୍ଡନା ଟିକା ୯୫ ପ୍ରତିଶତ ସଫଳତା ହୋଇଥିବା ନେଇ କମ୍ପାନୀ ପକ୍ଷରୁ ଦାବି ହୋଇଥିଲା। ଏନେଇ ନିକଟରେ ନିତି ଆୟୋଗର ଏକ ବୈଠକରେ ଜରୁରୀକାଳୀନ ପ୍ରାଧିକରଣ ଓ ଟିକାର ମୂଲ୍ୟାୟନ ନେଇ ଆଲୋଚନା ହୋଇଥିଲା।