ଓଡ଼ିଶାକୁ ୫ଶହ କୋଟି ସହାୟତା ରାଶି ଘୋଷଣା କଲେ ମୋଦୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅମ୍ଫାନ’ ବାତ୍ୟାର ସମୀକ୍ଷା କରିବା ପାଇଁ ଆଜି ଓଡ଼ିଶା ଆସିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପାଇଁ ଆଗୁଆ ୫ଶହ କୋଟି ସହାୟତା ରାଶି ଘୋଷଣା କରିଛନ୍ତି। ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାବାସୀଙ୍କୁ ପ୍ରଶଂସା କରିଛନ୍ତି। ଏଥି ସହିତ ସମସ୍ତ ପ୍ରକାର ପରିସ୍ଥିତିରେ କେନ୍ଦ୍ର ସରକାର କାନ୍ଧକୁ କାନ୍ଧ ମିଶାଇ ରାଜ୍ୟ ସହ ଅଛନ୍ତି ବୋଲି ମଧ୍ୟ କହିଥିଲେ। କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତାକାଲି କେନ୍ଦ୍ରୀୟ ପ୍ରତିନିଧି ଦଳ ଆସିବେ। ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ୪ଟି ବାତ୍ୟା ପ୍ରଭାବିତ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜତସିଂହପୁର ଓ ବାଲେଶ୍ୱରକୁ ଆକାଶମାର୍ଗରୁ ସମୀକ୍ଷା କରିଥିଲେ । ଏହି ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଷୀ ଲାଲ ଉପସ୍ଥିତ ଥିଲେ।