ମୋଦୀ ରଚିଲେ ଇତିହାସ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଭାରତୀୟ ଇତିହାସରେ ସବୁଠୁ ଅଧିକ ସମୟ ସେବା ପ୍ରଦାନ କରିଥିବା ଚତୁର୍ଥ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ଯେଉଁ ୩ଜଣ ପ୍ରଧାନମନ୍ତ୍ରୀଙ୍କ ନାମ ଏହି ତାଲିକାରେ ସାମିଲ ଥିଲା ସେମାନେ ସମସ୍ତେ କଂଗ୍ରେସୀ ଥିଲେ। ସେଥିପାଇଁ ପ୍ରଥମଥର ପାଇଁ ଜଣେ ଅଣକଂଗ୍ରେସୀ ନେତା ଭାବେ ମୋଦୀ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ମୋଦୀଙ୍କ ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଏହି ରେକର୍ଡ ଥିଲା। ବାଜେପୀୟୀଙ୍କ ମୋଟ କାର୍ଯ୍ୟକାଳ ୨,୨୬୮ ଦିନ ହୋଇଥିବାବେଳେ ଆଜି ମୋଦୀ ଏହି ରେକର୍ଡ ଭାଙ୍ଗି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏଥର ଲଗାତାର ସପ୍ତମଥର ପାଇଁ ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ।

ଭାରତୀୟ ରାଜନୀତିରେ ଦୀର୍ଘଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାର୍ଯକାଳ ସମ୍ଭାଳିବାର ରେକର୍ଡ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନାମରେ ରହିଛି। ସେ ୧୬ ବର୍ଷ ୨୮୬ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ।