ବ୍ରିଟେନରେ ପ୍ରଧାନମନ୍ତ୍ରୀ ଭାବେ ବୋରିସନ ଜନସନଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ

ଲଣ୍ଡନ,ଏନ୍ଏନ୍ଏସ୍: ବ୍ରିଟେନରେ ୧୯୨୩ ପରେ ପ୍ରଥମଥର ପାଇଁ ଡିସେମ୍ବରରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କଞ୍ଜରଭେଟିଭ ପାର୍ଟି ବହୁମତରେ ନିର୍ବାଚନ ଜିତିଥିବା ସୂଚନା ମିଳିଛି। ଏ ନେଇ ବୋରିସ ଜନସନ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟୁଇଟ୍‌ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ୫ ବର୍ଷ ମଧ୍ୟରେ ଏହା ତୃତୀୟ ନିର୍ବାଚନ। ଏହା ପୂର୍ବରୁ ୨୦୧୫ ଓ ୨୦୧୭ରେ ଏଠାରେ ନିର୍ବାଚନ ହୋଇଥିଲା।