ରାମଲୀଳା ମୈଦାନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ: ଆମ ପର୍ବ ହିଁ ଆଣେ ଏକତା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଦ୍ୱାରିକାସ୍ଥିତ ସେକ୍ଟର ୧୦ ରାମଲୀଳା ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବିଜୟ ଦଶମୀ ଅବସରରେ ଅନୁଷ୍ଠିତ ରାବଣ ପୋଡି ଉତ୍ସବରେ ଯୋଗ ଦେଇଛନ୍ତି। ରାବଣର ପ୍ରତିକୃତିରେ ଅଗ୍ନି ସଂଯୋଗ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଜଣେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶରେ ପାଳନ କରାଯାଉଥିବା ପର୍ବ ପର୍ବାଣି ଆମ ସଂସ୍କୃତି ସହ ନିବିଡ ଭାବେ ଜଡିତ। ଏଥିରୁ ଆମେ ପାରମ୍ପରିକ ଭାରତୀୟ କଳା, ସଂଗୀତ ଏବଂ ନୃତ୍ୟ ବିଷୟରେ ଜ୍ଞାନ ଆହରଣ କରିଥାଉ। ମୋଦୀ କହିଛନ୍ତି, ପର୍ବ ପର୍ବାଣି ସମସ୍ତ ଭାରତୀୟଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ।

ସେ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ  ଦେଶବାସୀ ଆମ ବାୟୁସେନା ପାଇଁ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ନାରୀ ହେଉଛନ୍ତି ଗୃହ ଲକ୍ଷ୍ମୀ। ଆମେ ଲକ୍ଷ୍ମୀ ପୂଜନ କରି ନାରୀମାନଙ୍କ ଅନ୍ତର୍ନିହିତ ଶକ୍ତିର ଉତଥାନ ପାଇଁ ଚେଷ୍ଟା କରିବା ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ବାର୍ଷିକୀ ପାଳନ ଅବସରରେ ଖାଦ୍ୟ ନଷ୍ଟ ନ କରିବା, ଶକ୍ତି ସଂରକ୍ଷଣ ଏବଂ ଜଳ ବଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛନ୍ତି।