ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ପାଳନ

ନୂଆଦିଲ୍ଲୀ,ଭୁବନେଶ୍ୱର,ଏନ୍ଏନ୍ଏସ୍: ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ହୋଇଥିବାବେଳେ ଏ ନେଇ ବିଜେପି ପକ୍ଷରୁ ଶନିବାର ସେବା ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଶନିବାର ଦିଲ୍ଲୀସ୍ଥିତ ଏମ୍ସରେ ହସ୍ପିଟାଲରେ ପହଞ୍ଚି ରୋଗୀମାନଙ୍କୁ ସାକ୍ଷାତ କରିବା ସହ ଫଳ ବାଣ୍ଟିଥିଲେ ।

ଏହି ସମୟରେ ବିଜେପିର ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଅମିତ ଶାହା ମେଡିକାଲ୍‌ ପରିସରରେ ଝାଡ଼ୁ ଲଗାଇଥିଲେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ୍‌ ଏବଂ ଦିଲ୍ଲୀ ବିଧାୟକ ବିଜେନ୍ଦ୍ର ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ସେବା ସପ୍ତାହ ଆସନ୍ତା ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ପାଳନ କରାଯିବ। ବିଜେପି ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୋଟି ସ୍ୱରୂପ ଏହି ସେବା ଦିବସ ପାଳନ କରାଯାଉଛି।

ସେହିପରି ଆଜି ଭୁବନେଶ୍ୱରର ଭରତପୁର ଠାରେ ଧର୍ମେନ୍ଦ୍ର ପ୍ରଧାନ ସେବା ସପ୍ତାହ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନେକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।