ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷକୁ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ରୁଷର ସୁଦୂର ପୂର୍ବାଞ୍ଚଳକୁ ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ।

ତାଙ୍କ ସହିତ ୨୦ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଏକାଠି ହେବେ। ପୂର୍ବାଞ୍ଚଳରେ ବ୍ୟବସାୟ ଏବଂ ନିବେଶ ସୁଯୋଗର ବିକାଶ ନେଇ ଏହି ମଞ୍ଚ ଧ୍ୟାନ ଦେବ। ପ୍ରତିରକ୍ଷା, ପରମାଣୁ ଶକ୍ତି ଓ ମହାକାଶ ଆଦି କ୍ଷେତ୍ରରେ ଉଭୟ ଦେଶ ପରସ୍ପରକୁ ବ୍ୟାପକ ଭାବେ ସହଯୋଗ କରନ୍ତି।

ଏକ ବହୁମୁଖୀ ବିଶ୍ୱ ଗଠନ କରିବା ଦିଗରେ ଦୁଇ ଦେଶ ପ୍ରତିଶୃତିବଦ୍ଧ। ଏଥିରେ ଅଂଶଗ୍ରହଣ କରୁଥିବା ଭାରତୀୟ ଶିଳ୍ପଦ୍ୟୋଗ ଏବଂ ବ୍ୟବସାୟିକ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବା ପାଇଁ ସେ ମଧ୍ୟ ଆଗ୍ରହୀ ବୋଲି ମୋଦୀ କହିଛନ୍ତି।