ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ରାଜଧାନୀ ଜକର୍ତ୍ତାରେ ଆସିୟାନ- ଭାରତ ଶିଖର ସମ୍ମିଳନୀରେ ଭାଗ ନେବା ପରେ ଦିଲ୍ଲୀ ଫେରି ଆସିଛନ୍ତି । ଆଉ କିଛି ସମୟ ମଧ୍ୟରେ କାଉନସିଲ ଅଫ ମିନିଷ୍ଟରଙ୍କ ବୈଠକ ନେବେ । ଏଥିରେ ଜି-୨୦ ସମ୍ମିଳନୀର ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରାଯିବ । ଏହି ବୈଠକ ସୁଷମା ସ୍ୱରାଜ ଭବନରେ ହେବ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଇଣ୍ଡୋନେସିଆ ଯାଇଥିଲେ । ସମ୍ପର୍କ, ବ୍ୟାପାର ଓ ଡିଜିଟାଲ ପରିବର୍ତ୍ତନ ଭଳି କ୍ଷେତ୍ରରେ ଭାରତ-ଆସିୟାନ ସହଯୋଗକୁ ମଜଭୁତ କରିବା ପାଇଁ ଗୁରୁବାର ୧୨ ସୁତ୍ରୀ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଏବଂ କରୋନା ମହାମାରୀ ପରେ ଏକ ନିୟମ ଆଧାରିତ ବିଶ୍ୱ ବ୍ୟବସ୍ଥା ବନାଇବା ପାଇଁ ଆହ୍ୱାନ ଦେଇଥିଲେ ।