ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେସନ ଆଜିଠୁ ଆରମ୍ଭ ହୋଇଛି । ଇତିମଧ୍ୟରେ ଆଜି ସଂଧ୍ୟା ୬ଟା ୩୦ରେ ହେବାକୁ ଥିବା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଅନ୍ୟ ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି । ଉକ୍ତ ବୈଠକ କେନ୍ଦ୍ର ଶ୍ରମମନ୍ତ୍ରୀ ପ୍ରହ୍ଲାହ ଯୋଶୀଙ୍କ କୋଠରୀରେ ଜାରି ରହିଛି । ବୈଠକ ପୂର୍ବରୁ ଶ୍ରୀ ଯୋଶୀ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଶାହ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟେଲଙ୍କୁ ଭିନ୍ନ ଭିନ୍ନ ଭାବେ ଭେଟିଛନ୍ତି । ଶ୍ରୀ ଯୋଶୀଙ୍କ କୋଠରୀରେ ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ, ଅନୁରାଗ ଠାକୁର, ଅର୍ଜୁନ ରାମ ମେଘବାଲ ଓ ବୀ ମୂରଲୀଧରନ ବୈଠକରେ ଉପସ୍ଥିତ ଥିଲେ ।