ବୁଦ୍ଧ ପୂର୍ଣ୍ଣିମା ଅବସରରେ କୋଭିଡ୍-୧୯ରେ ପୀଡ଼ିତ ବ୍ୟକ୍ତି ଓ ଅଗ୍ରଣୀ ଯୋଦ୍ଧାମାନଙ୍କୁ ମୋଦୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ବୁଦ୍ଧ ପୁର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବୁଦ୍ଧ ପୂର୍ଣ୍ଣିମା ପ୍ରାର୍ଥନା କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଥିସହିତ କୋଭିଡ୍-୧୯ରେ ପୀଡ଼ିତ ବ୍ୟକ୍ତି ଓ ଅଗ୍ରଣୀ ଯୋଦ୍ଧାମାନଙ୍କ ସମ୍ମାନାରେ ଏକ ଅଭିଭାଷଣ ରଖିଛନ୍ତି।
‘ଇଣ୍ଟର୍‌ନ୍ୟାସ୍‌ନାଲ୍ ବୁଦ୍ଧିଷ୍ଟ୍ କନ୍‌ଫେଡେରେସନ୍’ଙ୍କ (ଆଇବିସି) ମିଳିତ ସହଯୋଗରେ କେନ୍ଦ୍ର ସାଂସ୍କୃତିକ ମନ୍ତ୍ରାଳୟ ଏହି ଭିଡିଓ ପ୍ରାର୍ଥନା ସଭା ଆୟୋଜନ କରାଯାଇଛି। ଏଥିରେ ବିଶ୍ବର ବହୁ ବୌଦ୍ଧ ସଂଘର ସର୍ବୋଚ୍ଚ ମୁଖ୍ୟମାନେ ଅଂଶ ଗ୍ରହଣ କରିଛନ୍ତି।

ମୋଦୀ ସମ୍ବୋଧନରେ କହିଛନ୍ତି ଏହିଥର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ, ଏବେ ସାରା ବିଶ୍ୱ ସଙ୍କଟ ଦେଇ ଗତିକରୁଛି। ଏହି କାର୍ୟ୍ୟକ୍ରମକୁ ଆସିବା ମୋର ସୌଭାଗ୍ୟ କିନ୍ତୁ ସୃଷ୍ଟି ହୋଇଥିବା ପରିସ୍ଥିତି ଏହା ଅନୁମତି ଦେଉନାହିଁ ବୋଲି ମୋଦୀ କହିଛନ୍ତି। ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ବୁଦ୍ଧଙ୍କ ପାଦାଙ୍କନ ଅନୁସରଣ କରି ଆଜି ଭାରତ ବିଶ୍ୱର ସହାୟତା କରୁଛି। ଏ ମହାମାରୀ କୋରୋନା ପରିସ୍ଥିତିରୁ ମୁକୁଳିବା ପାଇଁ ପ୍ରୟାସ ଜାରୀ ରହିଛି ବୋଲି କହିଛନ୍ତି ।