ମୋବାଇଲ ବ୍ୟାଟେରି ଫାଟି ୨ ଭାଇ ଗୁରୁତର

ଖଲ୍ଲିକୋଟ,ଏନ୍ଏନ୍ଏସ୍: ଖଲ୍ଲିକୋଟ ବ୍ଲକ୍ ନାଇକାଣୀପଲ୍ଲୀ ଗ୍ରାମରେ ମୋବାଇଲ ବ୍ୟାଟେରୀ ଫାଟି ଯିବାରୁ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ନାଇକାଣୀପଲ୍ଲୀ ଗ୍ରାମର ବସନ୍ତ ସ୍ୱାଇଁଙ୍କ ପୁଅ ରାଜେଶ ସ୍ୱାଇଁ (୧୩) ଓ ଆକାଶ ସ୍ୱାଇଁ (୧୦) ବୁଧବାର ମଧ୍ୟାହ୍ନରେ ଏକ ପୁରୁଣା ମୋବାଇଲ ବ୍ୟାଟେରି ନେଇ ଘର ପଛପଟେ ଖେଳୁଥିବାବେଳେ ବ୍ୟାଟେରିଟି ଫାଟି ଯାଇଥିଲା। ଫଳରେ ରାଜେଶ ଗୁରୁତର ହୋଇଥିବାବେଳେ ଆକାଶ ସାମାନ୍ୟ ଆହତ ହୋଇଥିଲା। ରାଜେଶର ହାତ, ଗୋଡ଼ ଓ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ହୋଇଛି। ଦୁଇ ଭାଇକୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।