ମଣିପୁର: ମଣିପୁରରେ ବର୍ତ୍ତମାନ ସମୟରେ ଜୋରଦାର ହଙ୍ଗାମା ଜାରି ରହିଛି । ଏଭଳି ସ୍ଥିତିରେ କେନ୍ଦ୍ର ବିଦେଶ ଓ ଶିକ୍ଷା ରାଜ୍ୟମନ୍ତ୍ରୀ ଡା. ରାଜକୁମାର ରଜନ ସିଂହଙ୍କ ଇମ୍ଫାଲର କୋଙ୍ଗବାସ୍ଥିତ ଆବାସରେ ଭିଡ଼ ଜମାଇଥିବା ଲୋକ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ରାଜ୍ୟରେ ଥିବା ବର୍ତ୍ତମାନ ସରକାର ଶାନ୍ତି ବଜାୟ ରଖିବାରେ ବିଫଳ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ ଡା. ରାଜକୁମାର ରଜନ ସିଂହ କହିଛନ୍ତି ଯେ, ମୁଁ କୋଚ୍ଚିରେ ଅଛି ମଣିପୁରରେ ନାହିଁ । ମୁଁ ଖୁବ୍ ପରିଶ୍ରମ କରି ଘର ନିର୍ମାଣ କରିଥିଲି । ମୋ ଘର ଉପରେ ଆକ୍ରମଣ ହେବାକୁ ନେଇ ମୁଁ ଦୁଃଖିତ ଏବଂ ନିଜ ରାଜ୍ୟର ଲୋକଙ୍କ ପାଖରେ ମୁଁ ଏପରି ଆଶା କରିନଥିଲି ।