ରାୟଗଡା ପୌରପାଳିକା କାର୍ଯ୍ୟାଳୟରେ ଖୋଲିଲା ମୋ ସରକାର କକ୍ଷ

ରାୟଗଡା, ଏନ୍ଏନ୍ଏସ୍: ରାୟଗଡା ପୌରପ୍ରଶାସନ କାର୍ଯ୍ୟାଳୟ ପରିସରରେ ଖୋଲିଲା ମୋ ସରକାର ଯୋଜନା ଅନ୍ତର୍ଗତ ଅଭିଯୋଗ ଦାଖଲ ପ୍ରକୋଷ୍ଟ। ସହାରାଚଂଳରେ ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଅଧିନସ୍ତ ୫ଟି ନିୟମକୁ ଅଧିକ ବ୍ୟାପକ ଓ ଜନ କୈନ୍ଦ୍ରିକ କରିବା ସକାଶେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ରାୟଗଡା ପୌରପାଳୀକା କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ମୋ ସରକାର କକ୍ଷ। ମୁଖ୍ୟ ଅତିଥି ରୂପେ ଜିଲାପାଳ ପ୍ରମୋଦକୁମାର ବେହେରା ଉକ୍ତ କକ୍ଷକୁ ଉଦଘଟନ କରିଥିଲେ।

ସମ୍ମାନୀତ ଅତିଥି ରୂପେ ପୌରପାଳୀକା ଅଧିକାରୀ ସଚିଦାନନ୍ଦ ସତପଥି ଏଠଆରେ ଉପସ୍ଥିତ ରହିଥିଲେ। ରାଜ୍ୟ ନଗର ଉନ୍ନୟନ ବିଭାଗରେ ମୋ ସରକାର କାର୍ଯ୍ୟକାରୀ ସ୍ୱରୂପ ସାରା ରାଜ୍ୟରେ ଏହାର ଶୁଭାରମ୍ଭ ହୋଇଛି। ପୌରାଚଂଳ ବାସୀନ୍ଦାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବ୍ୟବସାୟୀକ ଅନୁମତିପତ୍ର ଓ ହୋଲ୍ଡିଙ୍ଗ କର ଜନିତ ଅଭିଯୋଗ ଫର୍ଦ ମୋ ସରକାର କକ୍ଷରେ ଦାୟର କରିପାରିବେ। ନିଜ ଦାୟର ଅଭିଯୋଗ ସମେତ ନାମ ଓ ମୋବାଇଲ ଫୋନ ନମ୍ବର ପଞ୍ଜିକରଣ ଏଠାରେ କରାଯିବ।

ଯାହାଫଳରେ ଯୋଜନା ଅନ୍ତର୍ଗତ ବିଭାଗୀୟ ସଚିବ କିମ୍ବା ରଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଉକ୍ତ ଅଭିଯୋଗ ଦାୟର କରିଥିବା ବ୍ୟକ୍ତିଙ୍କୁ ସମସ୍ୟା ସମାଧାନ ବିଷୟରେ ଫୋନ ମାଧ୍ୟମରେ ଯୋଗାଯୋଗ କରି ଏ ବାବଦକୁ ସମସ୍ତ ଟିପ୍ପଣି ଦେବାକୁ ପରାମର୍ଶ ଦିଆଯିବ।