ଆରମ୍ଭ ହେଲା ‘ମୋ ସରକାର’, ଲୋକଙ୍କ ସହ ଫୋନରେ କଥାହେଲେ ନବୀନ

ରାଜ୍ୟ ସରକାରଙ୍କ ଐତିହାସିକ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ‘ମୋ ସରକାର’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲ ଠାରେ ଆନୁଷ୍ଠନିକ ଭାବେ ଶୁଭାରମ୍ଭ କରିଛନ୍ତି। ସାଧାରଣ ଜନତାଙ୍କ ନିକଟରେ ବିଭିନ୍ନ ସେବା ଯୋଗାଇ ଦେବାଲାଗି ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି।

ବିଶେଷ କରି ସ୍ୱାସ୍ଥ୍ୟ ଓ ପୁଲିସ ସେବା ଉପରେ ଏଥିରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଲୋକଙ୍କ ସହିତ ଫୋନ୍ ମାଧ୍ୟମରେ କଥା ହୋଇଥିଲେ। ଥାନା ଓ ସ୍ୱାସ୍ଥ୍ୟକେନ୍ଦ୍ରରେ କିପରି ସୁବିଧା ଓ ସେବା ଯୋଗାଇ ଦିଆଯାଉଛି, ଏ ବାବଦରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପଚାରି ବୁଝିଥିଲେ। ଥାନାରେ ମିଳୁଥିବା ସେବା ଉପରେ ମୁଖ୍ୟମନ୍ତ୍ରୀ ୮ଜଣଙ୍କ ସହିତ ଫୋନରେ କଥା ହୋଇଥିଲେ।
ତେବେ ଜନତାଙ୍କ ମତାମତ ସନ୍ତୁଷ୍ଟ ଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ସରକାରୀ ସେବା ଉପରେ ଜନତା ନିଜର ମତାମତ ୧୪୫୪୫ରେ କଲ୍ କରି ଜଣାଇପାରିବେ।