‘ମୋ ଖବର’ ନୂଆ ପ୍ରୟାସ ଏଇଠୁ ଆରମ୍ଭ ଉନ୍ମୋଚିତ

ଭୁବନେଶ୍ୱର: ପୁଲିସ, ଜନପ୍ରତିନିଧି, ଆଇନଜୀବୀ, ପ୍ରଶାସନିକ ଅଧିକାରୀଙ୍କ ଠାରୁ ନିରାଶ ହୋଇଥିବା ସାଧାରଣ ଲୋକ ଶେଷରେ ନ୍ୟାୟ ପାଇବା ଉଦ୍ଦେଶ୍ୟରେ ଗଣମାଧ୍ୟମର ଦ୍ୱାର ଦେଇଥାନ୍ତି। ଯଦି ଗଣମାଧ୍ୟମ ନିରାଶ କରେ ତା’ପରେ ଏମିତି ଏକ ସମାଧାନର ବାଟର ଉଦ୍ଦେଶ୍ୟ ନେଇ ‘ମୋ ଖବର’ର ଜନ୍ମ।

ଓଡ଼ିଶା କୁଇଜ୍ ମଞ୍ଜୁ ଉପରେ ଏକ ନିରାଡ଼ମ୍ବର ପରିବେଶ ମଧ୍ୟରେ ‘ମୋ ଖବର’କୁ ଓଲିଉଡ଼ ପ୍ରଯୋଜକ ଟୁଟୁ ନାୟକ, ଅଭିନେତା ବୁଦ୍ଧାଦିତ୍ୟ, ଅଭିନେତ୍ରୀ ଦେବଯାନୀ, ଆରଆର ଇଭେଣ୍ଟସର ପରିଚାଳନା ନିର୍ଦ୍ଦେଶକ ରମେଶ ବାରିକ, ଉପସ୍ଥାପକ ସୁଜିତ ଓ ଉପସ୍ଥାପିକା ମାନସୀ ମିଶ୍ର ପ୍ରମୁଖ ଉନ୍ମୋଚନ କରିଥିଲେ।

ଓଲିଉଡ଼ର କ୍ରିଏଟିଭ ଡାଇରେକ୍ଟର ଓ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ଏହାର ସମ୍ପାଦକ ଥିବାବେଳେ ସର୍ବକନିଷ୍ଠ ପ୍ରକାଶିକା ଭାବେ ଗଣମାଧ୍ୟମରେ ପ୍ରବେଶ କରିଛନ୍ତି ଆମନା ଆରେନା ଅର୍ୟମୟୀ। ଏଥିରେ ଜନସାଧାରଣ ନିଜ ଖବର ନିଜେ ଦେବେ, ଏହାର ସତ୍ୟାସତ୍ୟ ସଠିକତାକୁ ନଜର ରଖି ‘ମୋ ଖବର’ରେ ପ୍ରକାଶ ପାଇବା ସହ ଖବରଦାତାଙ୍କୁ ଉଚ୍ଚିତ ନ୍ୟାୟ ପାଇଁ ‘ମୋ ଖବର’ ସମସ୍ତ ପ୍ରୟାସ କରିବ ବୋଲି ସମ୍ପାଦକ ଶ୍ରୀ ଜେଠୀ ପ୍ରକାଶ କରିଥିଲେ।