ବାଲିଯାତ୍ରାକୁ ସ୍ୱଚ୍ଛ ରଖିବା ପାଇଁ କଟକରେ ‘ମୋ ସାଇକେଲ ରାଲି’ ଅନୁଷ୍ଠିତ

କଟକ,ଏନ୍ଏନ୍ଏସ୍: ବାଲିଯାତ୍ରକୁ ସ୍ୱଚ୍ଛ ରଖିବା ସହିତ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ରବିବାର କଟକ ଠାରେ ଏକ ‘ମୋ ସାଇକେଲ ରାଲି’ ଅନୁଷ୍ଠିତ ହୋଇଯାଇଛି। ଏହାକୁ କଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟସ ଏସ୍ କେ ଜାଭରି ଏହାକୁ ଶୁଭ ଉଦଘାଟନ କରିଥିଲେ। ଏହି ସାଇକେଲ ରାଲିରେ ହାଇକେର୍ଟର ଅନ୍ୟ ବିଚାରପତିଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଯୋଗ ଦେଇଛନ୍ତି।

ରାଲିରେ ଶହ ଶହ ସ୍କୁଲର ଛାତ୍ରଛାତ୍ରୀମାନେ ରାଲିରେ ଅଂଶ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତିଙ୍କ ଆବାସରୁ ବାହାରିଥିବା ଏହି ରାଲି ବାଲିଯାତ୍ରା ପଡ଼ିଆ ଦେଇ କିଲା ପଡ଼ିଆରେ ଶେଷ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଜଷ୍ଟିସ ଜାଭରି କଟକକୁ ସ୍ୱଚ୍ଛ ରଖିବା ସହିତ ସୁସ୍ଥ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି।