ପୂଜା ସମୟରେ ୨ଟା ପରେ ‘ମୋ ବସ୍’ ବନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂଜା ସମୟରେ ଦିନ ୨ଟା ପରଠାରୁ ଗଡ଼ିବ ନାହିଁ ମୋ ବସ୍। ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧାରେ ଧୁମଧାମରେ ଦୁର୍ଗାଙ୍କ ପୂଜା କରାଯାଉଛି। ଏଥିପାଇଁ ସନ୍ଧ୍ୟାରେ ପ୍ରବଳ ଭିଡ ପରିଲିକ୍ଷିତ ହେବା ସହ ଯାତାୟାତରେ ନାନା ସମସ୍ୟା ଦେଖାଦେବ। ଏହାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ରିଜିଅନ୍ ଟ୍ରାନ୍ସପୋର୍ଟ ଲିମିଟେଡ (କ୍ରୁଟ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ସନ୍ଧ୍ୟା ୪ଟାରୁ ସହରରେ ଭାରିଯାନ ଚଳାଚଳ ବନ୍ଦ କରିବା ପାଇଁ କମିଶନରେଟ ପୋଲିସ ପ୍ରତିବନ୍ଧକ ଲଗାଇଥିବା ବେଳେ ଏହି ନିର୍ଦ୍ଦେଶକୁ ସମ୍ମାନ ଜଣାଇ କ୍ରୁଟ ଦିନ ୨ଟାରୁ ମୋ ବସ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବୋଲି କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି। ପୂର୍ବରୁ ଏହି ସେବା ପ୍ରତିଦିନ ସକାଳ ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଚାଲୁଥିଲା।