‘ମୋ ବସ୍’ରେ ନୂଆ ନିୟମ’

ଭାରି ପଡିବ ବିନା ଟିକେଟ୍ ଯାତ୍ରା

ଭୁବନେଶ୍ୱର,୨୨ା୮/ଏନ୍ଏନ୍ଏସ୍: ଏଣିକି ବିନା ଟିକେଟ ଯାତ୍ରୀଙ୍କ ଉପରେ ଅଙ୍କୁସ ଲଗାଇବ କ୍ରୁଟ୍ । ଆସନ୍ତା ସେପ୍ଟେମ୍ବର ୧ ତାରିଖଠାରୁ ଯଦି କେହି ମୋ ବସ୍ରେ ବିନା ଟିକେଟ୍ରେ ଯାତ୍ରା କରେ ତାହାଲେ ତାଙ୍କୁ ଯରିମାନା ଦେବା ପାଇଁ ପଡ଼ିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି । କ୍ରୁଟ୍ର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର କହିଛନ୍ତି, ‘କିଛି ଯାତ୍ରୀ ମୋ ବସ୍ରେ ଯାତ୍ରା ସମୟରେ ଉପଯୁକ୍ତ ମୁଲ୍ୟର ଟିକେଟ୍ କରୁନାହାନ୍ତି । ଯାହା ଫଳରେ ସଂସ୍ଥାର ରାଜସ୍ୱ କ୍ଷତିଗ୍ରସ୍ତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ଅନୁଶାସନ ପାଇଁ ଆଗାମୀ ଦିନରେ ଟିକେଟ୍ ନିରୀକ୍ଷଣର ମାତ୍ରା ବଢିବ ଏବଂ ବିନା ଟିକେଟ୍ ଯାତ୍ରୀଙ୍କୁ ଦଣ୍ଡିତ କରାଯିବ ବୋଲି ସେ କହିଛରନ୍ତି । ତେବେ ଏ ସମ୍ବଦ୍ଧିତ ନିୟମର ପ୍ରଚାର ଓ ପ୍ରସାର ପାଇଁ ବସ୍ ଭିତରେ ଏବଂ ବାହାରେ ଉପଯୁକ୍ତ ସୂଚନାର ବ୍ୟବସ୍ଥା କରାଯିବ । ମୋଟର ଆକ୍ଟ ୧୯୮୮ ଅନୁସାରେ ଯେକୌଣସି ଯାତ୍ରୀ ବିନା ଟିକେଟ୍ କିମ୍ବା ପାସ୍ରେ ଯାତ୍ରା କଲେ ନ୍ୟାୟଗତ ଭଡାର ୧୦ଗୁଣା ଅଥବା ୫୦୦ଟଙ୍କା ଜୋରିମାନା ଦେବେ । ଅସହଯୋଗ କଲେ କିମ୍ବା କାର୍ଯ୍ୟରତ ନିରିକ୍ଷକ ଦଳର ପ୍ରତିରୋଧ କଲେ ମଧ୍ୟ ୫୦୦ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ।