ଭୁବନେଶ୍ୱର,ଏନ୍ଏନ୍ଏସ୍: ଜଗନ୍ନାଥ ଧାମ ପୁରୀରେ ଗଡିବ ମୋ ବସ୍। ଏପ୍ରିଲ ୧ ତାରିଖରୁ ଶ୍ରୀକ୍ଷେତ୍ର ପୁରୀରେ ଏହି ସେବା ଆରମ୍ଭ ହେବ। ଏନେଇ କ୍ରୁଟ ପକ୍ଷରୁ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଓ କଟକ ପରେ ପୁରୀରେ ଆରମ୍ଭ ହେବାକୁ ଯାଉଛି ମୋ ବସ ସେବା।
କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ଦୀର୍ଘ ୪ ବର୍ଷ ଧରି କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ ସେବା ଯୋଗାଇ ଆସୁଛି। ଯାହାଦ୍ୱାରା ଜନସାଧାରଣଙ୍କ ଯାତାୟତରେ ବେଶ ସହାୟକ ହେଉଛନ୍ତି।
ରୁଟ ନଂ-୫୨ ପୁରୀ ବସ ଷ୍ଟାଣ୍ଡରୁ ରେଳ ଷ୍ଟେସନ, ସମୁଦ୍ର କୂଳ, ସ୍ୱର୍ଗଦ୍ୱାର ଦେଇ ଲାଇଟ ହାଉସ ପର୍ଯ୍ୟନ୍ତ ଚାଲିଥିବା ବେଳେ ରୁଟ୍ ନଂ-୫୩ ମାଳତୀପାଟପୁରଠୁ ଅଠରନଳା ରୋଡ ଦେଇ ପୁରୀ ବସଷ୍ଟାଣ୍ଡ ଯାଏ ଗତି କରିବ।
ତେବେ ଏପ୍ରିଲ ୧ ତାରିଖରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି। ଏଥିରେ ମୁଖ୍ୟତଃ ୫୨ ଓ ୫୩ ନମ୍ବର ଦୁଇଟି ନୂଆ ରୁଟ ଯୋଡା ହୋଇଛି। ଯାତ୍ରୀଙ୍କ କ୍ରମାଗତ ଅନୁରୋଧ ପରେ କ୍ରୁଟ୍ ପକ୍ଷରୁ ପ୍ରଥମ ଥର ସହର ମଧ୍ୟରେ ମୋ ସେବା ଆରମ୍ଭ ହେବ।