କାଲିଠୁ ପୁଣି ଗଡ଼ିବ ‘ମୋ ବସ୍’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲିଠୁ ପୁଣିଥରେ ‘ମୋ ବସ୍’ ସେବା ଆରମ୍ଭ ହେବାକୁ ଯାଉଛି। ୮ଟି ରୁଟ୍ ଯଥା ୧୧,୧୬,୧୮,୨୦,୨୩,୨୫,୨୭, ୩୩ରେ ମୋ-ବସ୍ ଚଳାଚଳ କରିବ। ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ସେବା ଜାରି ରହିବ। ଅଗଷ୍ଟ ମାସରେ ସପ୍ତାହନ୍ତ ‘ମୋ-ବସ୍’ ସେବା ବନ୍ଦ ରହିବ। ଏନେଇ ସିଆରୟୁଟି ପକ୍ଷରୁ ସୂଚନା ଦିଆଯାଇଛି।