ପୁରୀରେ ବିଶାଳ ‘ମୋ ବିଚ୍‌’ କାର୍ଯ୍ୟକ୍ରମ

ପୁରୀ,ଏନ୍ଏନ୍ଏସ୍: ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ଶନିବାର ପୁରୀରେ ଏକ ବିଶାଳ ‘ମୋ ବିଚ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଠାରେ ବିଶ୍ୱର ସବୁଠୁ ବଡ଼ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆନ୍ତର୍ଜାତୀୟ ସମୁଦ୍ର କୂଳ ସଫେଇ ଦିବସ ଅବସରରେ ସାରା ବିଶ୍ୱକୁ ଶନିବାର ପୁରୀରୁ ସନ୍ଦେଶ ଦିଆଯାଇଛି । ତେବେ ଫାନିବାତ୍ୟା ପରେ ପୁରୀ ଏକ ଦୃଢ଼ତାର ସହ ଛିଡ଼ା ହୋଇଛି ।

ଏହି ଅବସରରେ ବଲିଉଡ଼ର କଳାକାର ବିଦ୍ୟୁତ ଜମାଲ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୧୪୦ କିଲୋମିଟର ବେଳାଭୂମିର୦୦ଟି ସ୍ଥାନରେ ୧୦ ହଜାର ସ୍ୱେଚ୍ଛାସେବୀ ଏକାଠି ହୋଇଛନ୍ତି । ପରିବେଶକୁ ସୁରକ୍ଷା ରଖିବା ସହିତ ସମୁଦ୍ର ଉପକୂଳକୁ ସ୍ୱଚ୍ଛ ରଖିବାକୁ ବାର୍ତ୍ତା ଦେଇଛନ୍ତି । ସେହିପରି ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିବା ଜଣାଯାଇଛି ।