୫ ଦିନିଆ ଇସ୍ରାଇଲ ଗସ୍ତରେ ସେନା ମୁଖ୍ୟ ଏମଏମ ନରୱଣେ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ସୁରକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏନେଇ ବିଭିନ୍ନ ଦେଶର ସୁରକ୍ଷା ବ୍ୟବସ୍ଥା ସହ ବୈଠକ ବସୁଛି। ଏନେଇ ଇସ୍ରାଇଲ ଗସ୍ତରେ ବାହାରିଛନ୍ତି ଭାରତୀୟ ସେନାମୁଖ୍ୟ। ଆଜିଠାରୁ ୫ ଦିନିଆ ଇସ୍ରାଇଲ ଗସ୍ତ କରିଛନ୍ତି ଭାରତୀୟ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଅଧିକ ସୃଦୁଢ କରିବା ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ ବୋଲି ଟ୍ବିଟ କରି କହିଛନ୍ତି ସେନାମୁଖ୍ୟ।

ସପ୍ତାହ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ଓ ପ୍ରତିରକ୍ଷା ସଚିବ ଅଜୟ କୁମାର ଇସ୍ରାଇଲ ଗସ୍ତ କରିଥିଲେ। ଦୁଇ ଦେଶ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା ସହଯୋଗ ଅଧିକ ସୃଦୁଢ କରିବା ନେଇ ହୋଇଥିବା ଚୁକ୍ତି ଉପରେ ଆଲୋଚନା କରିଥିଲେ। ଏହାପରେ ଆଜିଠୁ ପୁଣି ୫ ଦିନିଆ ଗସ୍ତ କରିଛନ୍ତି ଭାରତୀୟ ସେନାମୁଖ୍ୟ ଏମଏମ ନରୱଣେ।

ପ୍ରକାଶ ଥାଉ କି, ଗତ ମାସରେ ପୂର୍ବ ଲାଦାଖ ସୀମାରେ ସ୍ଥିତି ସମୀକ୍ଷା କରିଥିଲେ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ। ଶତ୍ରୁ ପକ୍ଷ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଭାରତ ସବୁପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କହିଥିଲେ ସ୍ଥଳସେନା ମୁଖ୍ୟ।