ସଫେଇ କର୍ମଚାରୀଙ୍କ ପାଦ ଧୋଇ ସମ୍ମାନିତ କଲେ ବିଧାୟକ, ଭିଡ଼ିଓ ଭାଇରାଲ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରି ସଫେଇ କର୍ମଚାରୀଙ୍କ ପାଦ ଧୋଇ ତାଙ୍କୁ ସମ୍ମାନିତ କରିଥିବା ଏକ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଗତକାଲି ଡାବୁଗାଁରେ ଏକ ସ୍ୱତନ୍ତ୍ର ରାଲିର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ମନୋହର ରନ୍ଧାରି ଯୋଗଦେଇଥିଲେ। ଏହି ଅବସରରେ ପାପଡ଼ାହାଣ୍ଡି  ଓ ଡାବୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସଫେଇ କର୍ମଚାରୀ ତୁଲସା ଭତ୍ରା, ସୁନାମଣି ନାଏକ, ଯୁଗ ଶିକ୍ରି ଓ ଦିଲ୍ଲୀପ ହରିଜନଙ୍କଗୋଡ଼ ଧୋଇ ବିଧାୟକ ସମ୍ମାନିତ କରିଥିଲେ।

ତେବେ ତାଙ୍କର ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏ ନେଇ ବୁଦ୍ଧିଜୀବୀ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି।