ପାଟଣା,ଏନ୍ଏନ୍ଏସ୍: କରୋନା ମହାମାରୀ ସହିତ ରାଜ୍ୟ ଲଢେଉ କରୁଥିବା ସମୟରେ କରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସେହିପରି ପ୍ରବାସୀଙ୍କ ଫେରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ସଙ୍ଗରୋଧ ଗୃହ କରାଯାଇଛି। ଏଥିରେ ପାଟଣା ବ୍ଲକର ୨୦ଟି ପଞ୍ଚାୟତରେ ୧୩୬୪ଟି ବେଡ଼ ପକାଯାଇଥିବା ବେଳେ ୧୩୫୮ ପ୍ରବାସୀ ନିଜ ନିଜ ନାମ ପଞ୍ଜିକୃତ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ପାଟଣା ବିଧାୟକ ବିଭିନ୍ନ ପଞ୍ଚାୟତକୁ ଗସ୍ତ କରି ସଙ୍ଗରୋଧ ଗୃହକୁ ବୁଲି ଦେଖିଛନ୍ତି। ସେହିପରି ପାଟଣା ବ୍ଲକର ଚିନାମାଳିପଶି ପଞ୍ଚାୟତର ସଙ୍ଗରୋଧ ଗୃହକୁ ପରିଦର୍ଶନରେ ଯାଇ ସମସ୍ତ ବ୍ୟବସ୍ଥା କରିବା ପାଇଁ ସରପଞ୍ଚ କନକଲତା ନାଏକ ଏବଂ କାର୍ୟ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।