ମଣ୍ଡି ସମସ୍ୟାକୁ ନେଇ ଗୃହରେ ବିଧାୟକଙ୍କ ଆତ୍ମହତ୍ୟା ଧମକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭା ଶୂନ୍ୟ କାଳରେ ମଣ୍ଡି ସମସ୍ୟାକୁ ନେଇ ଗୃହରେ ବିଧାୟକ ଆତ୍ମହତ୍ୟା ଧମକ ଦେଇଛନ୍ତି। ଏଭଳି ଧମକ ଦେଇଛନ୍ତି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ରାଜ୍ୟର ମଣ୍ଡିମାନଙ୍କରୁ ଧାନ ନ ଉଠିଲେ ସେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି। ପ୍ରଶ୍ନ କାଳରେ ଧାନ ମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ କରି ବିଧାୟକ ପାଣିଗ୍ରାହୀ ଗୃହର ମଧ୍ୟ ଭାଗକୁ ଆସି ବସି ରହିଥିଲେ। ସେହିପରି ବିଧାୟକ ପାଣିଗ୍ରାହୀଙ୍କୁ ନିଜ ଆସନକୁ ଫେରି ଯିବାକୁ ଅନୁରୋଧ କରି ଶୂନ୍ୟକାଳରେ ଏ ବିଷୟରେ କହିବାକୁ ସୁଯୋଗ ଦିଆଯିବ ବୋଲି ବାଚସ୍ପତି କହିଥିଲେ।

ଶୂନ୍ୟକାଳରେ ବିଧାୟକ ପାଣିଗ୍ରାହୀ ଅଭିଯୋଗ କରିଥିଲେ କି ଟୋକନରେ ବ୍ୟାପକ ଅବ୍ୟବସ୍ଥା କାରଣରୁ ଚାଷୀ ନାହିଁ ନଥିବା ଦହଗଞ୍ଜ ହେଉଛନ୍ତି। ହେଲେ ସରକାର ଏ ନେଇ କୌଣସି ପଦକ୍ଷେପ ନେଉନାହାନ୍ତି। ତେଣୁ ମଣ୍ଡିରୁ ଧାନ ନ ଉଠିଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।