ଚିତ୍ରକୋଣ୍ଡା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ, ସୋସିଆଲ ମିଡ଼ିଆରେ ଭାଇରାଲ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଅନେକ ସମୟରେ ମାନ୍ୟବର ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ବଣ୍ଡା ଜନଜାତିର ଲୋକ ହେଉ କିମ୍ବା ଦୁର୍ଘଟଣାରେ ଘଟିଥିବା ବାଇକ  ଆରୋହୀଙ୍କୁ ମେଡ଼ିକାଲରେ ଚିକିତ୍ସା କରାଇ ଚର୍ଚ୍ଚାକୁ ଆସିଥିବା ବେଳେ, ଆଜି ବିଧାୟକଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ କର୍ମୀ ଅସନ୍ତୋଷ ହୋଇ ଗଣ୍ଡଗୋଳ ହେଉଥିବା ଏକ ଭିଡ଼ିଓ ଭାଇରାଲ ହୋଇଛି।

ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଉପସ୍ଥିତିରେ  ଚିତ୍ରକୋଣ୍ଡା ବିଧାୟକ କୋରୁକୋଣ୍ଡା ଶୁଳିଆ ପାହାଡ଼ ସ୍ଥିତ ଶିବ ମନ୍ଦିର ନିକଟରେ ହେଉଥିବା ଏକ କର୍ମୀ ସମ୍ମିଳନୀରେ କିଛି ଭାଷଣ ଦେଇଥିଲେ। ସେ ତାଙ୍କ ଭାଷଣରେ କହିଥିଲେ ଯେ ନିର୍ବାଚନ ସମୟରେ ବଙ୍ଗାଳୀ ସମ୍ପ୍ରଦାୟର ଲୋକମାନେ ତାଙ୍କୁ ଅଣଦେଖା କରିଥିଲେ, ଏବଂ ସେମାନେ ବିଜେଡିକୁ ଭୋଟ ଦେଇ ନାହାନ୍ତି ବୋଲି କହିଛନ୍ତି। ଯାହା କିଛି ନିର୍ବାଚନ ସମୟରେ ଖର୍ଚ୍ଚ କରିବା ନିମନ୍ତେ ଦିଆଗଲା ତାକୁ କିଛି କର୍ମୀ ନିଜେ ଖାଇଗଲେ

ବିଧାୟକଙ୍କ ଏଭଳି ମନ୍ତବ୍ୟ ଶୁଣି ସେଠାରେ  ଉପସ୍ଥିତ ଥିବା ଦଳୀୟ କର୍ମୀ ଓ ଜଣେ ବଙ୍ଗାଳି ବ୍ୟକ୍ତି ରାଗିଯାଇ ବିଧାୟକଙ୍କୁ ବହୁତ କଥା କହିଥିଲେ। ଉକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ ଯିଏ ଦଳରେ ଆଜିକୁ ୧୫ ବର୍ଷ ହେବ ଅଛି ବିଧାୟକ ତାଙ୍କ କଥା ଶୁଣୁନାହାନ୍ତି, କିନ୍ତୁ ଯିଏ କାଲି ସକାଳୁ ଆସି ଦଳରେ ମିଶିଛି ବିଧାୟକ ତାଙ୍କ କଥାରେ ବାଟ ଚାଲୁଛନ୍ତି। ତେବେ ଆମେ ଏତେ ବର୍ଷ ଧରି ଦଳ ପାଇଁ କାମ କଲେ ଲାଭ କଣ? ଏହାସହ ବିଧାୟକ ଏବେ ଠାରୁ ପିସି ନେଇ କାମ ଦେଉଛନ୍ତି ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହି ବିବାଦୀୟ ମନ୍ତବ୍ୟକୁ ନେଇ ସେଠାରେ ଗଣ୍ଡଗୋଳ ହୋଇଥିବା ବେଳେ ସାଂସଦ ରମେଶ ମାଝୀ ବୁଝାସୁଝା କରିଥିଲେ।