ଶପଥ ନେଲେ ରୀତା ସାହୁ

ଭୁୁବନେଶ୍ୱର,ଏନ୍ଏନ୍ଏସ୍ : ବୁଧବାର ଦିନଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ଏହା ପୂର୍ବରୁ ବିଜେପୁରର ନବନିର୍ବାଚିତା ବିଧାୟିକା ଶ୍ରୀମତୀ ରୀତା ସାହୁ ଗୃହର ସଦସ୍ୟ ଭାବେ ଶପଥ ନେଇଛନ୍ତି । ବିଧାନସଭା ସ୍ଥିତ ବାଚସ୍ପତିଙ୍କ ପ୍ରକୋଷ୍ଠରେ ବାଚସ୍ପତି ଡ. ସୂର୍ୟ୍ୟ ନାରାୟଣ ପାତ୍ର ତାଙ୍କୁ ଶପଥ ପାଠ କରାଇଥିଲେ । ଗତମାସରେ ହୋଇଥିବା ବିଜେପୁର ଉପନିର୍ବାଚନରେ ବିଜେଡିର ରୀତା ସାହୁ ବିଜୟୀ ହୋଇଥିଲେ ।

ସୂଚନାଯୋଗ୍ୟ ଚଳିତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ଆସନରେ ଲଢି ଉଭୟ ଆସନରୁ ବିଜୟୀ ହୋଇଥିଲେ । ପରେ ସେ ବିଜେପୁର ଆସନ ଛାଡିବାରୁ ଗତ ଅକ୍ଟୋବର ୨୧ ତାରିଖରେ ଏଠାରେ ଉପ ନିର୍ବାଚନ ହୋଇଥିଲା । ଏଥିରେ ରୀତା ସାହୁ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ୨୦୧୮ରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ରୀତା ସାହୁ ବିଜୟୀ ହୋଇଥିଲେ ।