ବିଧାୟକଙ୍କୁ ସୁରକ୍ଷା ଦେବାକୁ ଯାଇ ଯବାନ ସହିଦ

  • ମାଲକାନଗିରି, ଏନଏନଏସ: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ଡର ନାରାୟଣପୁର ଜିଲ୍ଲା ଆମଦେଇ ଘାଟିରେ ମାଓବାଦୀ ଯବାନଙ୍କ ମଧ୍ୟରେ ଗୁଳିବନିମୟ ଘଟି ଜଣେ ଯବାନ ସହିଦ ହୋଇଥିବା ଜଣାପଡିଛି । ଆଜି ସକାଳେ ନାରାୟଣପୁର ବିଧାୟକ ଚନ୍ଦନ କାଶ୍ୟପ ସହକର୍ମୀଙ୍କ ସହିତ ମାଓପ୍ରବଣ ଆମଦେଇ ଘାଟି ରାସ୍ତାରେ ଗାଡିଯୋଗେ ଏକ ଗାଁକୁ ଯାଉଥିଲେ। ତାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସେହି ଘାଟରେ ଛଟେଡଙ୍ଗର ଥାନାର ଆଇଟିବିପି ଯବାନମାନେ ସର୍ଚ୍ଚ ଅପରେସନ ଚଳାଇଥିଲେ। ବିଧାୟକଙ୍କ ଗାଡି ଘାଟିରେ ପହଞ୍ଚିବା ମାତ୍ରେ ଜଙ୍ଗଲ ମଧ୍ୟରୁ ମାଓବାଦୀମାନେ ଗୁଳି ଚଳାଇଥିଲେ। ଏହାର କଡା ମୁକାବିଲା କରିଥିଲେ ଯବାନ। ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳିବିନିମୟ ହୋଇଥିଲା। ସୁରକ୍ଷିତ ଅବସ୍ଥାରେ ବିଧାୟକ ନାରାୟଣ ସାହୁ ଫେରି ଆସିଥିବାବେଳେ ମାଓବାଦୀଙ୍କ ଗୁଳିରେ ଶିବ କୁମାର ମୀନା ନାମକ ଜଣେ ଯବାନ ସହିଦ୍ ହୋଇଛନ୍ତି। ଘଟଣାସ୍ଥଳରେ ଅଧିକ ଯବାନ ପହଞ୍ଚି କୁମ୍ବିଂ ଅପରେସନ ଜାରି ରଖିଛନ୍ତି।